ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସ୍ନାନଯାତ୍ରା ହୋଇଯାଇଛି। ଭୋର୍ ଚାରିଟାରେ ଦ୍ଵାରପିଟା, ଅବକାଶ, ସୂର୍ଯ୍ୟପୂଜା, ଦଶ ଦିଗପାଳ ପୂଜା, ଆଳତି ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଅନ୍ନ ଭୋଗ ଅର୍ପଣ କରାଯାଇଥିଲା। ପରେ ବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ନେଇଥିଲେ। ସ୍ନାନମଣ୍ଡପରେ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯାଇଥିଲା। ପୂଜକ ବୈଦ୍ୟନାଥ ମିଶ୍ର, କଙ୍ଗନମୟ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ସହିତ ଗ୍ରାମ୍ୟ କମିଟି ଉପସ୍ଥିତ ହୋଇ ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ଟି ସମ୍ପୂର୍ଣ୍ଣ ହୋଇଥିଲା ।
VOICE OF ALOK OFFICIAL
"ଭଏସ୍ ଅଫ୍ ଆଲୋକ୍ ଅଫିସିଆଲ୍"
Saturday, 22 June 2024
Sunday, 24 March 2024
ଶିକ୍ଷକ ଜଗତ ମଉଡମଣି : ଅଶୋକ କୁମାର ତ୍ରିପାଠୀ
ଚୁଟ୍କିରେ ଖବର :
ଶିକ୍ଷକ ଜଗତ ମଉଡମଣି : ଅଶୋକ କୁମାର ତ୍ରିପାଠୀ
*ଅଶୋକ କୁମାର ତ୍ରିପାଠୀ
BA(Math),Bed,DTE,MA(Eng)
SR,SCS,Headmaster
5T HS, ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ,ଯୋଗିସର୍ଡା
ଜୀବନରେ ଅନେକ ଶିକ୍ଷକ ଆସିଥାନ୍ତି କିନ୍ତୁ ଏମିତି କିଛି ଶିକ୍ଷକ ଆସିଥାନ୍ତି ,ଯେଉଁମାନେ କି ଆମ ଜୀବନକୁ ଏକ ସଦ ମାର୍ଗରେ ଆଗେଇନିଅନ୍ତି । ସେମାନଙ୍କ ମଧ୍ୟରୁ ହରିହର ଉଚ୍ଚ ବିଦ୍ୟାଳୟ ଯୋଗିସର୍ଡା ର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଅନ୍ୟତମ । ତାଙ୍କ ଜନ୍ମ ହୁଏ ୧୯୬୪ ମାର୍ଚ୍ଚ ୯ ତାରିଖରେ ଯୋଗୀସର୍ଡ଼ା ଗାଁ ରେ, ଚିନ୍ତାମଣି ତ୍ରିପାଠୀ ଓ ସୁରୁବୁର ତ୍ରିପାଠୀଙ୍କ କୋଳରେ ।ଶ୍ରୀ ତ୍ରିପାଠୀ ଯୋଗିସର୍ଡାରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ,ବଲାଙ୍ଗୀରରେ ଯୁକ୍ତ ଦୁଇ ଓ ଗଣିତ ରେ ସ୍ନାତକ ହାସଲ କରିଥିଲେ । ଇଂରାଜୀରେ MA ଓ Bed ଶିକ୍ଷା ପରେ ସେ ଦୀର୍ଘ ୩୮ ବର୍ଷ ହେଲା ଶିକ୍ଷକତା କରି ଆସୁଛନ୍ତି । ସେ ଜଣେ ଦକ୍ଷ ଏବଂ ସମୟାନୁବର୍ତ୍ତୀ, ନିୟମାନୁବର୍ତ୍ତୀ ଶିକ୍ଷକ ଅଟନ୍ତି । ତାଙ୍କର ଗଣିତ,ଇଂରାଜୀ ଓ ବିଜ୍ଞାନରେ ପ୍ରଚଣ୍ଡ ଜ୍ଞାନ ରହିଛି । ସେ ୧୯୮୬ ରେ ଯୋଗିସର୍ଡ଼ା ME ସ୍କୁଲ୍ ରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଏବଂ ୧୯୯୦ ରେ ଯୋଗିସର୍ଡ଼ା ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରିଥିଲେ । ତାଙ୍କ ସମୟରେ ବିଦ୍ୟାଳୟରେ ରୌପ୍ୟ ଓ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିଲା । ବାର୍ଷିକ କ୍ରୀଡା ହେଉ ବା ବିଜ୍ଞାନ ସେମିନାର , ଏଥିରେ ତାଙ୍କ ଭୂମିକା ଅତୁଳନୀୟ ଥିଲା । ସେ ୨୦୦୩ ମସିହାରେ ଓଡ଼ିଶା ସରକାରଙ୍କ ଦ୍ଵାରା ହେଉଥିବା ଇଂରାଜୀ ଭାଷା ପରୀକ୍ଷା ELTI,ଭୁବନେଶ୍ୱରରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ELTI ଭୁନେଶ୍ବରସ୍ଥିତ English language Training ରେ ବଲାଙ୍ଗିର ଜିଲ୍ଲାର ସେ ପ୍ରଥମ ଓ ଏକ ମାତ୍ର ଶିକ୍ଷକ ।
ଶିକ୍ଷା ଦାନ ସହିତ ବିଦ୍ୟାଳୟର ସୁନ୍ଦର ବଗିଚା ଗଠନ ରେ ମଧ୍ୟ ତାଙ୍କର ଅବଦାନ ଓ ସହଯୋଗ ରହିଛି,ସେ ଜଣେ ଶିକ୍ଷକ ରୂପୀ ଭଗବାନ ବୋଲି ତାଙ୍କର ଛାତ୍ର ଛାତ୍ରୀ ମାନେ କହନ୍ତି,ତାଙ୍କର ଏହି ମାର୍ଚ୍ଚ ୩୧ ୨୦୨୪ ରେ ଅବସର ନେବା ପରେ ବଲାଙ୍ଗୀର ଜିଲ୍ଲାର ଶିକ୍ଷାରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଥିବାବେଳେ ସମସ୍ତ BEO, DEO ,STAFF,ଛାତ୍ର, ଛାତ୍ରୀ,ଗ୍ରାମବାସୀ,ଅଞ୍ଚଳବାସୀ ମନରେ ଏକ ଦୁଃଖ । ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରଣା ଶ୍ରୀ ତ୍ରୀପାଠୀ ସାର୍ ଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ମୋ ସମୟରେ ଶିକ୍ଷକ ଜଗତରେ ଜଣେ ଆଦର୍ଶ ଶିକ୍ଷକ ବୋଲି କହିଥିଲେ ।ତାଙ୍କ ଶିକ୍ଷାଦାନ ରେ ଏତେ ନିପୁଣତା ଥିଲା ଯେ ସେ ଝାରମୁଣ୍ଡା OAV ବା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା କାର୍ଯ୍ୟ ପାଇଁ, ପ୍ରିନ୍ସିପଲ୍ ପାଇଁ ଜିଲ୍ଲାପାଳ ନିୟୋଜିତ କରୁଥିଲେ ।ତାଙ୍କ ସମୟରେ ୧୦୦ ରୁ ଉର୍ଦ୍ଧ୍ବ ପିଲା ସରକାରଙ୍କ ତରଫରୁ ବିଭିନ୍ନ ପରୀକ୍ଷା ରେ , NRTS,NMMS, PSMST,JSMO, SURABHI, CHILDREN FESTIVAL , Science seminar, Science Festival କୃତକାର୍ଯ୍ୟ ହୋଇଥିଲେ ।
ସେ ୧୯୯୮ ରୁ ୨୦୦୧ ତିନି ବର୍ଷ ମେଣ୍ଡା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ରୂପେ ଯୋଗଦେଇଥିଲେ । ସେ ସମୟରେ ଶ୍ରୀ ଡ଼ଃ ସଦାନନ୍ଦ ଅଗ୍ରୱାଲ ଶ୍ରୀ ତ୍ରିପାଠୀ ଙ୍କୁ ଆଦର୍ଶ ଶିକ୍ଷକ ବୋଲି ପୁରସ୍କୃତ କରିଥିଲେ ।
୨୦୧୭ ମସିହାରେ ଯୋଗିସର୍ଡ଼ା ME ସ୍କୁଲ୍ ଓ ହାଇସ୍କୁଲର ମିଶ୍ରଣ ପରେ MDM, ବଣ୍ଟନ,ପୋଷାକ ବଣ୍ଟନ,ପୁସ୍ତକ, ସାଇକଲ , ବିଭିନ୍ନ ଷ୍ଟାଇଫେଣ୍ଟ ବଣ୍ଟନ ରେ ଶ୍ରୀ ତ୍ରିପାଠୀ ଙ୍କ ସମୟରେ କିଛି ବି ତ୍ରୁଟି କିମ୍ବା ଭୁଲ ହୋଇ ନାହିଁ । ସେ ରାଜ୍ୟ ସରକାରଙ୍କ ଉତ୍କର୍ଷ କାର୍ଯକ୍ରମ ରେ English Language State Level Master Trainer ହୋଇ ୩ରୁ ୪ ବର୍ଷ ତାଲିମ୍ ପ୍ରଦାନ କରିଥିଲେ ।
ତାଙ୍କ ସମୟରେ ବିଦ୍ୟାଳୟକୁ ୪ ଥର ଶ୍ରେଷ୍ଠ ବିଦ୍ୟାଳୟ ଏବଂ ୨ ଥର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ପୁରସ୍କାର ମିଳିଛି । ଶ୍ରୀ ତ୍ରିପାଠୀ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଠାରୁ ଲୋଇସିଙ୍ଗା JKJS କ୍ଳବ୍ ତରଫରୁ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି ।ତାଙ୍କ ସମୟରେ ଜଣେ ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ୯୫.୦୮ ପ୍ରତିଶତ ନମ୍ୱର୍ ରଖି ଓଡ଼ିଶାରେ ତୃତୀୟ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ଜଣେ ଛାତ୍ରୀ INDIAN SCIENCE NATIONAL CONGRESS ତରଫରୁ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ ।
ତାଙ୍କ ସମୟରେ ଜଣେ ଛାତ୍ର ରାଜ୍ୟ ସ୍ତରରେ ଦୌଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବଲାଙ୍ଗିର ଜିଲ୍ଲାର ନାମ ରଖିଥିଲେ ।ସେ ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିଛନ୍ତି ।ତାଙ୍କ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଅନେକ ପିଲା ଏବେ ଜାତୀୟ ତଥା ରାଜ୍ୟ ସ୍ତରରେ ବଡ଼ ବଡ଼ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି । ଶ୍ରୀ ତ୍ରିପାଠୀ ତାଙ୍କ ଗ୍ରାମର ଅନେକ ସାମାଜିକ ଅନୁଷ୍ଠାନ ସହ ନିବିଡ ଭାବରେ ଜଡ଼ିତ ଅଛନ୍ତି ।ଗରିବ ଛାତ୍ର ଛାତ୍ରୀଙ୍କ ପାଇଁ ଶ୍ରୀ ତ୍ରିପାଠୀ ଜଣେ ଭଗବାନ ବୋଲି ତାଙ୍କ ଛାତ୍ର ଛାତ୍ରୀମାନେ କହନ୍ତି । ମ୍ୟାଟ୍ରିକ ଖାତା ମୂଲ୍ୟାୟନ ସମୟରେ ସେ ଉଭୟ ଗଣିତ ଓ ଇଂରାଜୀ ଭାଷା ମୂଲ୍ୟାୟନ କରନ୍ତି,ଏହା ତାଙ୍କ ଶିକ୍ଷା ନିପୁଣତାର ନିଦର୍ଶନ । ସେ ଜଣେ ଈଶ୍ୱର ବିଶ୍ବାସୀ ତଥା ଯୋଗେଶ୍ୱର,ଜଗନ୍ନାଥ ଭଜନ ମଣ୍ଡଳୀର ସକ୍ରିୟ ସଦସ୍ୟ ।ତାଙ୍କ ସମୟରେ ସାରା ରାଜ୍ୟରେ ହରିହର ଉଚ୍ଚ ବିଦ୍ୟାଳୟ, ଯୋଗିସର୍ଡା 5T ବିଦ୍ୟାଳୟ ରୂପେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ବାସ୍ତବରେ ଏପରି ଜଣେ ଶିକ୍ଷକ ସାରା ଜଗତରେ ବିରଳ । ତାଙ୍କର ଚଲାପଥ କୁସୁମିତ ହେଉ,ଏତିକି ହିଁ କାମନା ।
ସେ ତାଙ୍କ ଶିକ୍ଷକ ଜୀବନରେ ବହୁତ୍ କମ୍ ଛୁଟି ନେଇଛନ୍ତି ଓ ସେ ବିଦ୍ୟାଳୟ କୁ ନିଜର ଘର ବୋଲି ଭାବୁଥିଲେ । ଆଗାମୀ ଦିନରେ ପରବର୍ତ୍ତୀ ପିଢ଼ି ସବୁଦିନ ପାଇଁ ଶ୍ରୀ ତ୍ରିପାଠୀଙ୍କୁ ମନେ ରଖିବେ ।
Tuesday, 13 February 2024
ରାମଲୀଳା ଗୀତମାଳା//VOICE OF ALOK
ସମସ୍ତ ରାମଲୀଳାପ୍ରେମୀ ବନ୍ଧୁ ଭଗିନୀଙ୍କୁ ନମସ୍କାର,ଜୟ ସୀତାରାମ । ତଳେ ଦିଆଯାଇଥିବା ଲିଙ୍କରୁ ଆପଣମାନେ ରାମଲୀଳାର pdf ଡାଉନଲୋଡ କରିପାରିବେ ।🙏
Ramlila Pdf
Sunday, 24 December 2023
ବିରଳ ବ୍ୟକ୍ତିତ୍ବ : ଶ୍ରୀକାନ୍ତ ତ୍ରିପାଠୀ
ଚୁଟକିରେ ଖବର :
ସମସ୍ତ ମଣିଷଙ୍କର ସେଇ ଦୁଇ ହାତ ଦୁଇ ଗୋଡ଼ ଗୋଟିଏ ମୁଣ୍ଡ ଥାଏ । କିନ୍ତୁ ମଣିଷ ନିଜ ଉତ୍ତମ କର୍ମ ଦ୍ଵାରା ହିଁ ସମାଜରେ ଚିହ୍ନା ଯାଇଥାଏ । ଏପରି ଜଣେ ବିରଳ ବ୍ୟକ୍ତିତ୍ଵ ହେଲେ ବଲାଙ୍ଗିର ଜିଲ୍ଲାର ଯୋଗିସର୍ଡା ଗ୍ରାମର ଶ୍ରୀକାନ୍ତ ତ୍ରିପାଠୀ । ସେ ଏକାଧାରରେ ଜଣେ ମଞ୍ଚ କଳାକାର,ସମାଜସେବୀ,ଶିକ୍ଷକ,ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ । ଗୌରଚନ୍ଦ୍ର ତ୍ରିପାଠୀଙ୍କ କୋଳ ମଣ୍ଡନ କରିଥିବା ଶ୍ରୀକାନ୍ତ ତ୍ରିପାଠୀ ପିଲାଟି ଦିନରୁ ମେଧାବୀ ଏବଂ କଳାପ୍ରେମୀ ଥିଲେ । ତାଙ୍କ ଆଦର୍ଶ ହେଲେ ତାଙ୍କ କାକା ଅଶୋକ କୁମାର ତ୍ରିପାଠୀ । ଯୋଗୀସର୍ଡା ତ୍ରିପାଠୀ ପରିବାରରୁ ଅନେକ IAS ଏବଂ OAS ବାହାରିଲେଣି । ଶ୍ରୀକାନ୍ତ ଛୋଟବେଳୁ କୌଣସି ଦୁଃଖୀ ଦାରିଦ୍ରଙ୍କ ଦୁଃଖ ଦେଖିଲେ ସହି ପାରୁ ନ ଥିଲେ । ଶ୍ରୀ ତ୍ରିପାଠୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ବି.ଏସ.ସି. ଡିପ୍ଲୋମା ଇନ୍ ସିଭିଲ୍ । ସେ ଏବେ ବଲାଙ୍ଗିର ସ୍ଥିତ ମେଡିକାଲ କଲେଜରେ ଆନାଟୋମି ବିଭାଗରେ ଲେବ୍ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟରତ । ଝାରସୁଗୁଡ଼ା ସ୍ଥିତ ଷ୍ଟିଲ ପ୍ଲାଣ୍ଟ ଏବଂ କେରଳ ସ୍ଥିତ ନୁକ୍ଲିଅର୍ ପାୱାର୍ ପ୍ଲାଣ୍ଟରେ ମଧ୍ୟ କାର୍ଯ୍ୟ ଦକ୍ଷତାର ଅଭିଜ୍ଞତା ଅଛି । ତେବେ ଶ୍ରୀ ତ୍ରିପାଠୀ ଦୀର୍ଘ ଚାରି ବର୍ଷ କାଳ ଯୋଗିସର୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ କରିଥିଲେ । ତାଙ୍କ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୫୦ ରୁ ଉର୍ଦ୍ଧ୍ବ ପିଲା ସରକାରୀ ବୃତ୍ତି,ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ସେ ଦୀର୍ଘ ୯ ବର୍ଷ ହେଲା ଯୋଗିସର୍ଡ଼ା ଦଧିବାମନ ରାମଲୀଳାରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରି ଆସୁଛନ୍ତି । ଗାଁ ବାହାରେ ମଧ୍ୟ ୩୫ ରୁ ଉର୍ଦ୍ଧ୍ବ ମଞ୍ଚରେ ନିଜ କଳା ପରିବେଷଣ କରି ନିଜ ଗ୍ରାମ ତଥା ଅଞ୍ଚଳର ଗୌରବ ସାଜିଛନ୍ତି । ସେ ବିଭିନ୍ନ କମିଟି ଯଥା RSS,ABVP,NYK ଆଦିର ସକ୍ରିୟ ସଦସ୍ୟ ଭାବରେ ରହି ସମାଜ ସେବା କରି ଆସୁଛନ୍ତି । ଶ୍ରୀ ତ୍ରିପାଠୀ ନିଜ ଛାତ୍ର ଜୀବନରେ ମଧ୍ୟ ବହୁ ଥର ଜି.କେ.,ରଚନା,ଡିବେଟ ପ୍ରତିଯୋଗିତାରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଏଭଳି ଏକ ଅଦ୍ୱିତୀୟ ବ୍ୟକ୍ତିତ୍ବ ସତରେ ଆଜିର ଦୁନିଆରେ ବେଶ୍ ନିଆରା । ଆଜିର ଯୁବ ସମାଜ ପଥାଭ୍ରଷ୍ଟ ହୋଇ ଯାଉଥିବା ବେଳେ ଶ୍ରୀ ତ୍ରିପାଠୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।
Sunday, 17 December 2023
ଭି.ଓ.ଏ. ର ବନ୍ଧୁମିଳନ କାର୍ଯ୍ୟକ୍ରମ
ଗତ ତା ୧୭/୧୨/୨୦୨୩ ରବିବାର ଦିନ କାହ୍ନା ବିହାର,ପାଟଣାଗଡଠାରେ ଭଏସ ଅଫ୍ ଆଲୋକ(VOA)ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମିଟି ସଭାପତି ତ୍ରିଲୋଚନ ସାହୁ ସଭାପତିତ୍ବ କରିଥିବା ବେଳେ ସେକ୍ରେଟାରୀ ଆଲୋକ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ ।
ଅନ୍ୟାନ୍ୟ ସଦସ୍ୟ ଚନ୍ଦନ ମିଶ୍ର,ଘନଶ୍ୟାମ ମେହେର,କଙ୍ଗନମୟ ମିଶ୍ର,ବଂଶୀଧର ପରୁଆ,ହେମନ୍ତ ସେଠ୍,ପ୍ରମୋଦ ବଗର୍ତ୍ତୀ,ସଞ୍ଜୀବ ପୁରୋହିତ,ବୈଦ୍ୟନାଥ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ସଭାର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା ଯେ କିପରି ଆମ ଅଞ୍ଚଳର ଲୁଚି ଯାଉଥିବା କଳାକାରମାନଙ୍କୁ ଲୋକମାନଙ୍କ ସମ୍ମୁଖକୁ ଅଣାଯିବ । ଆଗାମୀ ସବ ଡିଭିଜନ ସ୍ତରୀୟ ଲୋକ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ ପାଇଁ ମଧ୍ୟ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଶେଷରେ ଅନ୍ନ ସେବନ ସହ ସଭା ସାଙ୍ଗ ହୋଇଥିଲା ।
News 🗞️ covered by : Kanganmaya Mishra
Thursday, 14 December 2023
ପଡିଆବାହାଲରେ ଧଣ୍ଡାମୁଣ୍ଡା ଯୁକ୍ତ ଦୁଇ ବିଦ୍ୟାଳୟ ତରଫରୁ ଅଗ୍ନି ନିର୍ବାପନ ସଚେତନ କାର୍ଯ୍ୟକ୍ରମ
ଅଦ୍ୟ ତା 14/12/2023 ରେ ଧଣ୍ଡାମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟର ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଗ୍ନି ନିର୍ବାପନ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ନିକଟସ୍ଥ ପଡ଼ିଆବହାଲ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ।ଏଥିରେ ଖପ୍ରାଖୋଲ ଦମକଳ ବାହିନୀର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ B J ପଣ୍ଡା ଓ ବିଭାଗୀୟ କର୍ମୀମାନେ ଯୋଗଦାନ କରି ନିଆଁ ଲିଭାଇବା ପାଇଁ ବିଭିନ୍ନ କୌଶଳ ର DEMO ଦେଖାଇଥିଲ । ଏଥିରେ ଏକ ସଭାର ଆୟୋଜନ ହୋଇଥିଲା ଯେଉଁଥିରେ ପଡ଼ିଆବାହାଲ ଗ୍ରାମର ସରପଞ୍ଚ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ଏହା ଉଚ୍ଚ ପ୍ରଶଂସିତ ହୋଇଥିଲା ।
Bureau Report : KANGANMAYA MISHRA
Monday, 13 November 2023
ଧଣ୍ଡାମୁଣ୍ଡାରେ ସାମୁହିକ ଦୀପାବଳି ମହୋତ୍ସବ ପାଳନ
ଧଣ୍ଡାମୁଣ୍ଡାରେ ସାମୁହିକ ଦୀପାବଳି ମହୋତ୍ସବ ପାଳନ
ବିଗତ ତା ୧୨-୧୧-୨୦୨୩ ରିଖ ଧଣ୍ଡାମୁଣ୍ଡା ରେ ପ୍ରଥମ ବର୍ଷ ସାମୁହିକ ଦୀପାବଳି ମହୋତ୍ସବ ପାଳନ ହୋଇଯାଇଛି । ଗାଁ ରେ ରାମ ଓ ରାବଣର ଯୁଦ୍ଧ ପରିକ୍ରମା କରାଯାଇଥିଲା । ରାମ ଭୂମିକାରେ ରିତେଶ ପଧାନ,ସୀତା ଭୂମିକାରେ ଅନିଶ ଭୋଇ, ରଜତ ସାହୁ ଲକ୍ଷ୍ମଣ ଭୂମିକା ରେ ,ହନୁମାନ ଭୂମିକାରେ ସୁଶିଲ ପରାଭୁଏ,ଶମ୍ଭୁଦତ୍ତ ମିଶ୍ର ରାବଣ ଭୂମିକାରେ ଅଭିନୟ କରିଥିଲେ ।
ଗାଁର ଯୁବକ ଶୋଭନମୟ ମିଶ୍ର, ପ୍ରିତମ ମିଶ୍ର, ଆଶିଷ ସାହୁ, କଙ୍ଗନମୟ ମିଶ୍ର ଯାତ୍ରା ଦାୟିତ୍ଵ ତୁଲାଇଥିଲେ। ଅତିଥି ଧଣ୍ଡାମୁଣ୍ଡା ସରପଞ୍ଚ ଶ୍ରୀଯୁକ୍ତ ବୈଦ୍ୟନାଥ ମିଶ୍ର , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ପଟେଲ ସମେତ ଅନେକ ଅତିଥି ଥିଲେ। ପ୍ରଜ୍ଞାପରୀମିତା ମିଶ୍ର ଓ ସାବିତ୍ରୀ ସାହୁ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ VOICE OF ALOK ଫେସବୁକ୍ ପେଜ ରେ କରାଯାଇଥିଲା ।
Monday, 30 October 2023
"ଭଏସ୍ ଅଫ୍ ଆଲୋକ" ର ଏଡ଼ିଟର ହେଲେ କଙ୍ଗନମୟ ମିଶ୍ର
"ଭଏସ୍ ଅଫ୍ ଆଲୋକ" ର ଏଡ଼ିଟର ହେଲେ କଙ୍ଗନମୟ ମିଶ୍ର
"ଭଏସ୍ ଅଫ୍ ଆଲୋକ" ପରିବାରରେ ଯୋଡ଼ି ହୋଇଛନ୍ତି ଶ୍ରୀ କଙ୍ଗନମୟ ମିଶ୍ର । ସେ ବଲାଙ୍ଗିର, ଧଣ୍ଡାମୁଣ୍ଡା ନିବାସୀ ଅଟନ୍ତି ।ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର ଓ ସଂଗୀତ ପ୍ରେମୀ । ତାଙ୍କୁ ଏଡ଼ିଟର ଦାୟିତ୍ଵ ଦିଆଯାଇଛି । ପ୍ରତିଭାର ଖୋଜ କାର୍ଯ୍ୟକ୍ରମରେ (ଗତ ୨୯ ଅକ୍ଟୋବର ୨୦୨୩) କୀର୍ତ୍ତନ ଗାୟକ ଶଙ୍କର୍ଷଣ ମିଶ୍ରଙ୍କ ସହ ସେ ଲାଇଭ କାର୍ଯ୍ୟକ୍ରମରେ ନଜର ଆସିଥିଲେ ।
ଏହି ଦାୟିତ୍ଵ ପାଇ ଶ୍ରୀ ମିଶ୍ର ବହୁତ୍ ଖୁସି ଅଛନ୍ତି ବୋଲି ସାମାଜିକ ଗଣ ମାଧ୍ୟମରେ ମତ ଦେଇଛନ୍ତି ।
Monday, 16 October 2023
ଦଶହରା ଉପଲକ୍ଷେ ମହିଷମର୍ଦ୍ଦିନୀ ଆସର
ଆଜିର ଖବର :
ଗତ ତା ୧୫/୧୦/୨୩ ରେ "ଭଏସ୍ ଅଫ୍ ଆଲୋକ" ପରିବାର ତରଫରୁ ମହିଷମର୍ଦ୍ଦିନୀ ଗୀତିନାଟ୍ୟ ଗୀତ ଆସର ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ ରୁ ଉର୍ଦ୍ଧ୍ବ ବିଶିଷ୍ଟ କଣ୍ଠଶିଳ୍ପୀ ଯୋଗଦାନ କରିଥିଲେ । ସମ୍ପାଦକ ଆଲୋକ କୁମାର ପଣ୍ଡା ସଭା ସଂଯୋଜନା କରିଥିଲେ । ସଭାପତି ତ୍ରିଲୋଚନ ସାହୁ,ଯୁଗ୍ମ ସମ୍ପାଦକ ଭାଗ୍ୟବନ୍ତ ମହଲିଙ୍ଗ,ଏଡ଼ିଟର କଙ୍ଗନମୟ ମିଶ୍ର,କୋଷାଧ୍ୟକ୍ଷ ଚନ୍ଦନ ମିଶ୍ର, ମୋଡେରେଟର ଅର୍ପିତାରାଣୀ ମେହେର ଉକ୍ତ ସଭାରେ ଉପସ୍ଥିତ ଥିଲେ ।
ଶ୍ରୁତିନନ୍ଦା ମିଶ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟାନ୍ୟ ଭୂମିକାରେ ବୈଦ୍ୟନାଥ ମିଶ୍ର,ଅଂଶୁମାନ ଠାକୁର,କୃଷ୍ଣ ବେଜ୍,ପ୍ରଜ୍ଞା ପରୀମିତା ମିଶ୍ର,ପ୍ରୀତିନନ୍ଦା ମିଶ୍ର,ପ୍ରତୀକ୍ଷା ଷଡ଼ଙ୍ଗୀ,ବର୍ଷାରାଣୀ ତ୍ରିପାଠୀ,ଘନଶ୍ୟାମ ମେହେର,ଦୁର୍ବାଦଳ ସାହୁ,ପ୍ରିତମ ମିଶ୍ର,ସଞ୍ଜୀବ ପୁରୋହିତ,ଶମ୍ଭୁ ପ୍ରସାଦ ବିଶ୍ଵାଳ,ଡମ୍ବରୁଧର ସାହୁ, ରତ୍ନରାଜ୍ ଶତପଥୀ,ରାକେଶ ଆଚାର୍ଯ୍ୟ,ବଂଶୀଧର ପରୁଆ,ଦ୍ରୋଣ ସାହୁ ଓ ଅନ୍ୟାନ୍ୟ କଳାକାରବୃନ୍ଦ ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୮,୦୦୦ ରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ । "ଭଏସ ଅଫ୍ ଆଲୋକ" ର ଏହି ପୁରାତନ ସଂସ୍କୃତିର ପୁନରୁଦ୍ଧାର ପ୍ରୟାସ ପାଇଁ ସାରା ଓଡ଼ିଶାରୁ ପ୍ରଶଂସାର ସୁଅ ଛୁଟୁଛି ।
Tuesday, 12 September 2023
ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନ :
ପବିତ୍ର ଗୁରୁ ଦିବସରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ କରାଯାଇଥିବା "ଗୁରୁ ବ୍ରହ୍ମା ସମ୍ମାନ ୨୦୨୩" ଉତ୍ସବରେ ଶ୍ରୀ ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶାର ଶ୍ରେଷ୍ଠ ବିବେଚିତ ୧୫ ଜଣ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀ ପଣ୍ଡା ବଲାଙ୍ଗିର ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟ, କପସିପାଲିରେ ଶିକ୍ଷାଦାନ କରନ୍ତି । ତାଙ୍କର ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏ ସମ୍ମାନ ମିଳିଛି । ଶ୍ରୀ ପଣ୍ଡା "ଭଏସ ଅଫ ଆଲୋକ"(VOICE OF ALOK) ୟୁ ଟ୍ୟୁବ୍ ଚେନଲ ମାଧ୍ୟମରେ ୭୦ ରୁ ଉର୍ଦ୍ଧ୍ବ ୧୯୯୦ ଦଶକର ସାହିତ୍ୟ ପାଠ ନିଜ ସ୍ୱର ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ତାଙ୍କର ଫେସବୁକ୍ ପେଜରେ ଅତିଥି ରୂପେ ଆସିଥିବା ୭୦ ରୁ ଉର୍ଦ୍ଧ୍ବ କଳାକାରଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇ ପାରିଛନ୍ତି । ସେ କେବଳ ଶିକ୍ଷକତା ନୁହଁ, ଗୀତ,ନାଟକ,ବାଦ୍ୟ, ମ୍ୟୁଜିକଲ କି ବୋର୍ଡ ବାଦନ ଏପରି ଅନେକ କଳାରେ ପରିପୂର୍ଣ୍ଣ । ତାଙ୍କୁ ଗୁରୁ ବ୍ରହ୍ମା ମିଳିବା ଖବର ଶୁଣି ତାଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।
-
ସମସ୍ତ ରାମଲୀଳାପ୍ରେମୀ ବନ୍ଧୁ ଭଗିନୀଙ୍କୁ ନମସ୍କାର,ଜୟ ସୀତାରାମ । ତଳେ ଦିଆଯାଇଥିବା ଲିଙ୍କରୁ ଆପଣମାନେ ରାମଲୀଳାର pdf ଡାଉନଲୋଡ କରିପାରିବେ ।🙏 Ramlila Pdf Dow...
-
ଚୁଟକିରେ ଖବର : ସମସ୍ତ ମଣିଷଙ୍କର ସେଇ ଦୁଇ ହାତ ଦୁଇ ଗୋଡ଼ ଗୋଟିଏ ମୁଣ୍ଡ ଥାଏ । କିନ୍ତୁ ମଣିଷ ନିଜ ଉତ୍ତମ କର୍ମ ଦ୍ଵାରା ହିଁ ସମାଜରେ ଚିହ୍ନା ଯାଇଥାଏ । ଏପରି ଜଣେ ...