“ଭଏସ ଅଫ ଆଲୋକ” ଫେସବୁକ ପେଜର ଏକ ଅଭିନବ ପ୍ରୟାସ ହେଉଛି “ପ୍ରତିଭାର ଖୋଜ୍” ।
ପ୍ରତି ରବିବାର ସନ୍ଧ୍ୟା ୬ ଟାରେ ନୂଆ ନୂଆ କଳାକାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହୋଇ ପାରିଛି । ଉକ୍ତ କାର୍ଯ୍ୟକ୍ରମକୁ ଲାଇଭ ସମୟରେ ପ୍ରାୟ ୫ ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥାନ୍ତି ।ପେଜର ସଭାପତି ଗଛ ମଣିଷ ତ୍ରିଲୋଚନ ସାହୁ କହନ୍ତି ଯେ ସାରା ଓଡିଶାର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ହିଁ ଆମର ଲକ୍ଷ୍ୟ ।
'‘ଭଏସ ଅଫ ଆଲୋକ” ର ସମ୍ପାଦକ ଆଲୋକ କୁମାର ପଣ୍ଡାଙ୍କୁ ତାଙ୍କର ଏହି ପ୍ରଚେଷ୍ଟା ପାଇଁ ସାରା ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ନିକଟରେ "ଭଏସ ଅଫ ଆଲୋକ’' ପେଜର ବାର୍ଷିକ ଉତ୍ସବରେ ଯୁଗ୍ମ ସମ୍ପାଦକ ଭାଗ୍ୟବନ୍ତ ମହାଲିଙ୍ଗ,କୋଷାଧ୍ୟକ୍ଷ ଚନ୍ଦନ ମିଶ୍ର ଏବଂ ମୋଡେରେଟର ଅର୍ପିତାରାଣୀ ମେହେର ତଥା ଓଡିଶାର ବିଶିଷ୍ଟ କବି,କଳାକାର ଯୋଗ ଦେଇଥିଲେ । ପ୍ରତିଭାର ଖୋଜ୍ କାର୍ଯ୍ୟକ୍ରମର ଆଗାମୀ ଏପିସୋଡମାନଙ୍କୁ ଓଡିଶା ତଥା ଓଡିଶା ବାହାରୁ ସୁଦୂର ଆନ୍ଧ୍ରପ୍ରଦେଶ,ଗୁଜୁରାଟ,ନେପାଳରୁ ଅତିଥି ମାନେ ନିମନ୍ତ୍ରିତ ହୋଇଛନ୍ତି ଏବଂ ବହୁତ ଶୀଘ୍ର ପେଜରେ ଦର୍ଶକବନ୍ଧୁମାନେ ଏହାକୁ ଉପଭୋଗ କରି ପାରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
No comments:
Post a Comment