Sunday, 18 June 2023

"ଭଏସ ଅଫ ଆଲୋକ" ରେ ଯୋଗ ଦେଲେ ବିଦେଶୀ କଳାକାର


ପ୍ରତି ରବିବାର ସନ୍ଧ୍ୟା ୬ ଟା ରେ ହେଉଥିବା "ପ୍ରତିଭାର ଖୋଜ୍" କାର୍ଯ୍ୟକ୍ରମର ପଞ୍ଚମ ଅଧ୍ୟାୟରେ ଯୋଗ ଦେଇଛନ୍ତି ବିଦେଶୀ କଳାକାର ମନୋଜ ପ୍ରସାଇ । ଶ୍ରୀଯୁକ୍ତ ପ୍ରସାଇ ହେଉଛନ୍ତି ସୁଦୂର କାଠମାଣ୍ଡୁ ନେପାଳ ବାସିନ୍ଦା । ପେଜ୍ ର ସଭାପତି ଶ୍ରୀ ତ୍ରିଲୋଚନ ସାହୁ ଅତି ସୁନ୍ଦର ଭାବରେ ତାଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଅନେକ ଦର୍ଶକ ମନୋଜ ପ୍ରସାଇଙ୍କ ଠୁଁ ହିନ୍ଦୀ ତଥା ନେପାଳୀ ଗୀତ ଶୁଣି  ମନୋରଞ୍ଜନର ମଜା ଉଠେଇଥିଲେ । ଓଡ଼ିଶା ବାହାର ତଥା ଭାରତ ବାହାରୁ ଅତିଥି ମାନେ ଯୋଡ଼ି ହେଉଥିବାରୁ ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହେଇ ପାରୁଛି । ଇତି ମଧ୍ୟରେ ଟପ୍ ୫ ପେଜ୍ ଫ୍ୟାନ୍ ଘୋଷଣା ହୋଇ ଯାଇଛି , ସେମାନେ ହେଲେ ହେମନ୍ତ ସେଠ୍,ନିଳୀମା ତ୍ରିପାଠୀ ଦାଶ,କାହ୍ନା ସା,ସମ୍ଭୁ ପ୍ରସାଦ ବିଶ୍ଵାଳ ଏବଂ କଙ୍ଗନମୟ ମିଶ୍ର । ପେଜ୍ ତରଫରୁ ସମ୍ପାଦକ ଆଲୋକ କୁମାର ପଣ୍ଡା,ସହ ସଂପାଦକ ଭାଗ୍ୟବନ୍ତ ମହାଲିଙ୍ଗ,କୋଷାଧ୍ୟକ୍ଷ ଚନ୍ଦନ ମିଶ୍ର ଏବଂ ମୋଡେରେଟର ଅର୍ପିତାରାଣୀ ମେହେର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

No comments:

Post a Comment