Tuesday, 12 September 2023

 ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନ :




ପବିତ୍ର ଗୁରୁ ଦିବସରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ କରାଯାଇଥିବା "ଗୁରୁ ବ୍ରହ୍ମା ସମ୍ମାନ ୨୦୨୩" ଉତ୍ସବରେ ଶ୍ରୀ ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶାର ଶ୍ରେଷ୍ଠ ବିବେଚିତ ୧୫ ଜଣ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀ ପଣ୍ଡା ବଲାଙ୍ଗିର ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟ, କପସିପାଲିରେ ଶିକ୍ଷାଦାନ କରନ୍ତି । ତାଙ୍କର ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏ ସମ୍ମାନ ମିଳିଛି । ଶ୍ରୀ ପଣ୍ଡା "ଭଏସ ଅଫ ଆଲୋକ"(VOICE OF ALOK) ୟୁ ଟ୍ୟୁବ୍ ଚେନଲ ମାଧ୍ୟମରେ ୭୦ ରୁ ଉର୍ଦ୍ଧ୍ବ ୧୯୯୦ ଦଶକର ସାହିତ୍ୟ ପାଠ ନିଜ ସ୍ୱର ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ତାଙ୍କର ଫେସବୁକ୍ ପେଜରେ ଅତିଥି ରୂପେ ଆସିଥିବା ୭୦ ରୁ ଉର୍ଦ୍ଧ୍ବ କଳାକାରଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇ ପାରିଛନ୍ତି । ସେ କେବଳ ଶିକ୍ଷକତା ନୁହଁ, ଗୀତ,ନାଟକ,ବାଦ୍ୟ, ମ୍ୟୁଜିକଲ କି ବୋର୍ଡ ବାଦନ ଏପରି ଅନେକ କଳାରେ ପରିପୂର୍ଣ୍ଣ । ତାଙ୍କୁ ଗୁରୁ ବ୍ରହ୍ମା ମିଳିବା ଖବର ଶୁଣି ତାଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Monday, 11 September 2023

ସୁନା ଝିଅ ହୀରା

 ହିରାବତୀ ମାଝୀ,କପସିପାଲି ଆଶ୍ରମ ବିଦ୍ୟାଳୟ,ବଲାଙ୍ଗିର

ବାପା - ଲୁକେଶ୍ୱର ମାଝୀ , ମାଆ - ତପସ୍ଵିନୀ ମାଝୀ

ଶିକ୍ଷକ - ଆଲୋକ କୁମାର ପଣ୍ଡା