Sunday, 24 March 2024

ଶିକ୍ଷକ ଜଗତ ମଉଡମଣି : ଅଶୋକ କୁମାର ତ୍ରିପାଠୀ

 ଚୁଟ୍‌କିରେ ଖବର :

ଶିକ୍ଷକ ଜଗତ ମଉଡମଣି : ଅଶୋକ କୁମାର ତ୍ରିପାଠୀ


*ଅଶୋକ କୁମାର ତ୍ରିପାଠୀ

BA(Math),Bed,DTE,MA(Eng)

SR,SCS,Headmaster

5T HS, ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ,ଯୋଗିସର୍ଡା




ଜୀବନରେ ଅନେକ ଶିକ୍ଷକ ଆସିଥାନ୍ତି କିନ୍ତୁ ଏମିତି କିଛି ଶିକ୍ଷକ ଆସିଥାନ୍ତି ,ଯେଉଁମାନେ କି ଆମ ଜୀବନକୁ ଏକ ସଦ ମାର୍ଗରେ ଆଗେଇନିଅନ୍ତି । ସେମାନଙ୍କ ମଧ୍ୟରୁ ହରିହର ଉଚ୍ଚ ବିଦ୍ୟାଳୟ ଯୋଗିସର୍ଡା ର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଅନ୍ୟତମ । ତାଙ୍କ ଜନ୍ମ ହୁଏ ୧୯୬୪ ମାର୍ଚ୍ଚ ୯ ତାରିଖରେ ଯୋଗୀସର୍ଡ଼ା ଗାଁ ରେ, ଚିନ୍ତାମଣି ତ୍ରିପାଠୀ ଓ ସୁରୁବୁର ତ୍ରିପାଠୀଙ୍କ କୋଳରେ ।ଶ୍ରୀ ତ୍ରିପାଠୀ ଯୋଗିସର୍ଡାରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ,ବଲାଙ୍ଗୀରରେ ଯୁକ୍ତ ଦୁଇ ଓ ଗଣିତ ରେ ସ୍ନାତକ ହାସଲ କରିଥିଲେ । ଇଂରାଜୀରେ MA ଓ Bed ଶିକ୍ଷା ପରେ ସେ ଦୀର୍ଘ ୩୮ ବର୍ଷ ହେଲା ଶିକ୍ଷକତା କରି ଆସୁଛନ୍ତି । ସେ ଜଣେ ଦକ୍ଷ ଏବଂ ସମୟାନୁବର୍ତ୍ତୀ, ନିୟମାନୁବର୍ତ୍ତୀ ଶିକ୍ଷକ ଅଟନ୍ତି । ତାଙ୍କର ଗଣିତ,ଇଂରାଜୀ ଓ ବିଜ୍ଞାନରେ ପ୍ରଚଣ୍ଡ ଜ୍ଞାନ ରହିଛି । ସେ ୧୯୮୬ ରେ ଯୋଗିସର୍ଡ଼ା ME ସ୍କୁଲ୍ ରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଏବଂ ୧୯୯୦ ରେ ଯୋଗିସର୍ଡ଼ା ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରିଥିଲେ । ତାଙ୍କ ସମୟରେ ବିଦ୍ୟାଳୟରେ ରୌପ୍ୟ ଓ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିଲା । ବାର୍ଷିକ କ୍ରୀଡା ହେଉ ବା ବିଜ୍ଞାନ ସେମିନାର , ଏଥିରେ ତାଙ୍କ ଭୂମିକା ଅତୁଳନୀୟ ଥିଲା । ସେ ୨୦୦୩ ମସିହାରେ ଓଡ଼ିଶା ସରକାରଙ୍କ ଦ୍ଵାରା ହେଉଥିବା ଇଂରାଜୀ ଭାଷା ପରୀକ୍ଷା ELTI,ଭୁବନେଶ୍ୱରରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ELTI ଭୁନେଶ୍ବରସ୍ଥିତ English language Training ରେ ବଲାଙ୍ଗିର ଜିଲ୍ଲାର ସେ ପ୍ରଥମ ଓ ଏକ ମାତ୍ର ଶିକ୍ଷକ ।

ଶିକ୍ଷା ଦାନ ସହିତ ବିଦ୍ୟାଳୟର ସୁନ୍ଦର ବଗିଚା ଗଠନ ରେ ମଧ୍ୟ ତାଙ୍କର ଅବଦାନ ଓ ସହଯୋଗ ରହିଛି,ସେ ଜଣେ ଶିକ୍ଷକ ରୂପୀ ଭଗବାନ ବୋଲି ତାଙ୍କର ଛାତ୍ର ଛାତ୍ରୀ ମାନେ କହନ୍ତି,ତାଙ୍କର ଏହି ମାର୍ଚ୍ଚ ୩୧ ୨୦୨୪ ରେ ଅବସର ନେବା ପରେ ବଲାଙ୍ଗୀର ଜିଲ୍ଲାର ଶିକ୍ଷାରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଥିବାବେଳେ ସମସ୍ତ BEO, DEO ,STAFF,ଛାତ୍ର, ଛାତ୍ରୀ,ଗ୍ରାମବାସୀ,ଅଞ୍ଚଳବାସୀ ମନରେ ଏକ ଦୁଃଖ । ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରଣା ଶ୍ରୀ ତ୍ରୀପାଠୀ ସାର୍ ଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ମୋ ସମୟରେ ଶିକ୍ଷକ ଜଗତରେ ଜଣେ ଆଦର୍ଶ ଶିକ୍ଷକ ବୋଲି କହିଥିଲେ ।ତାଙ୍କ ଶିକ୍ଷାଦାନ ରେ ଏତେ ନିପୁଣତା ଥିଲା ଯେ ସେ ଝାରମୁଣ୍ଡା OAV ବା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା କାର୍ଯ୍ୟ ପାଇଁ, ପ୍ରିନ୍ସିପଲ୍ ପାଇଁ ଜିଲ୍ଲାପାଳ ନିୟୋଜିତ କରୁଥିଲେ ।ତାଙ୍କ ସମୟରେ ୧୦୦ ରୁ ଉର୍ଦ୍ଧ୍ବ ପିଲା ସରକାରଙ୍କ ତରଫରୁ ବିଭିନ୍ନ ପରୀକ୍ଷା ରେ , NRTS,NMMS, PSMST,JSMO, SURABHI, CHILDREN FESTIVAL , Science seminar, Science Festival କୃତକାର୍ଯ୍ୟ ହୋଇଥିଲେ ।

ସେ ୧୯୯୮ ରୁ ୨୦୦୧ ତିନି ବର୍ଷ ମେଣ୍ଡା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ରୂପେ ଯୋଗଦେଇଥିଲେ । ସେ ସମୟରେ ଶ୍ରୀ ଡ଼ଃ ସଦାନନ୍ଦ ଅଗ୍ରୱାଲ ଶ୍ରୀ ତ୍ରିପାଠୀ ଙ୍କୁ ଆଦର୍ଶ ଶିକ୍ଷକ ବୋଲି ପୁରସ୍କୃତ କରିଥିଲେ । 

୨୦୧୭ ମସିହାରେ ଯୋଗିସର୍ଡ଼ା ME ସ୍କୁଲ୍ ଓ ହାଇସ୍କୁଲର ମିଶ୍ରଣ ପରେ MDM, ବଣ୍ଟନ,ପୋଷାକ ବଣ୍ଟନ,ପୁସ୍ତକ, ସାଇକଲ , ବିଭିନ୍ନ ଷ୍ଟାଇଫେଣ୍ଟ ବଣ୍ଟନ ରେ ଶ୍ରୀ ତ୍ରିପାଠୀ ଙ୍କ ସମୟରେ କିଛି ବି ତ୍ରୁଟି କିମ୍ବା ଭୁଲ ହୋଇ ନାହିଁ । ସେ ରାଜ୍ୟ ସରକାରଙ୍କ ଉତ୍କର୍ଷ କାର୍ଯକ୍ରମ ରେ English Language State Level Master Trainer ହୋଇ ୩ରୁ ୪ ବର୍ଷ ତାଲିମ୍ ପ୍ରଦାନ କରିଥିଲେ ।


 ତାଙ୍କ ସମୟରେ ବିଦ୍ୟାଳୟକୁ ୪ ଥର ଶ୍ରେଷ୍ଠ ବିଦ୍ୟାଳୟ ଏବଂ ୨ ଥର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ପୁରସ୍କାର ମିଳିଛି । ଶ୍ରୀ ତ୍ରିପାଠୀ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଠାରୁ ଲୋଇସିଙ୍ଗା JKJS କ୍ଳବ୍ ତରଫରୁ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି ।ତାଙ୍କ ସମୟରେ ଜଣେ ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ୯୫.୦୮ ପ୍ରତିଶତ ନମ୍ୱର୍ ରଖି ଓଡ଼ିଶାରେ ତୃତୀୟ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ଜଣେ ଛାତ୍ରୀ INDIAN SCIENCE NATIONAL CONGRESS ତରଫରୁ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ ।

ତାଙ୍କ ସମୟରେ ଜଣେ ଛାତ୍ର ରାଜ୍ୟ ସ୍ତରରେ ଦୌଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବଲାଙ୍ଗିର ଜିଲ୍ଲାର ନାମ ରଖିଥିଲେ ।ସେ ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିଛନ୍ତି ।ତାଙ୍କ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଅନେକ ପିଲା ଏବେ ଜାତୀୟ ତଥା ରାଜ୍ୟ ସ୍ତରରେ ବଡ଼ ବଡ଼ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି । ଶ୍ରୀ ତ୍ରିପାଠୀ ତାଙ୍କ ଗ୍ରାମର ଅନେକ ସାମାଜିକ ଅନୁଷ୍ଠାନ ସହ ନିବିଡ ଭାବରେ ଜଡ଼ିତ ଅଛନ୍ତି ।ଗରିବ ଛାତ୍ର ଛାତ୍ରୀଙ୍କ ପାଇଁ ଶ୍ରୀ ତ୍ରିପାଠୀ ଜଣେ ଭଗବାନ ବୋଲି ତାଙ୍କ ଛାତ୍ର ଛାତ୍ରୀମାନେ କହନ୍ତି । ମ୍ୟାଟ୍ରିକ ଖାତା ମୂଲ୍ୟାୟନ ସମୟରେ ସେ ଉଭୟ ଗଣିତ ଓ ଇଂରାଜୀ ଭାଷା ମୂଲ୍ୟାୟନ କରନ୍ତି,ଏହା ତାଙ୍କ ଶିକ୍ଷା ନିପୁଣତାର ନିଦର୍ଶନ । ସେ ଜଣେ ଈଶ୍ୱର ବିଶ୍ବାସୀ ତଥା ଯୋଗେଶ୍ୱର,ଜଗନ୍ନାଥ ଭଜନ ମଣ୍ଡଳୀର ସକ୍ରିୟ ସଦସ୍ୟ ।ତାଙ୍କ ସମୟରେ ସାରା ରାଜ୍ୟରେ ହରିହର ଉଚ୍ଚ ବିଦ୍ୟାଳୟ, ଯୋଗିସର୍ଡା 5T ବିଦ୍ୟାଳୟ ରୂପେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ବାସ୍ତବରେ ଏପରି ଜଣେ ଶିକ୍ଷକ ସାରା ଜଗତରେ ବିରଳ । ତାଙ୍କର ଚଲାପଥ କୁସୁମିତ ହେଉ,ଏତିକି ହିଁ କାମନା ।

ସେ ତାଙ୍କ ଶିକ୍ଷକ ଜୀବନରେ ବହୁତ୍ କମ୍ ଛୁଟି ନେଇଛନ୍ତି ଓ ସେ ବିଦ୍ୟାଳୟ କୁ ନିଜର ଘର ବୋଲି ଭାବୁଥିଲେ । ଆଗାମୀ ଦିନରେ ପରବର୍ତ୍ତୀ ପିଢ଼ି ସବୁଦିନ ପାଇଁ ଶ୍ରୀ ତ୍ରିପାଠୀଙ୍କୁ ମନେ ରଖିବେ ।